ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ଦୁଇ ଦିନରେ ଦୁଇ ଜଣଙ୍କ ମୃତ୍ୟୁରେ ଲୋକେ ଆତଙ୍କିତ।

0 514

ସୁନ୍ଦରଗଡ଼ : ୨୫/୯ (ସତ୍ୟାନ୍ୟୁଜ) ହାତୀ ଆଜି ପୁଣି ନେଇଛି ଗୋଟିଏ ଜୀବନ। ଗତକାଲି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଲୋକମାନଙ୍କୁ ଆତଙ୍କିତ କରିଦେଇଛି।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଟିମନା ଗାଁରେ ବିପିନ ଟପ୍ପୋ ନାମକ ଜଣେ ଯୁବକଙ୍କୁ ଏକ ଦନ୍ତାହାତୀ କଚାଡି ମାରି ଦେଇଛି। ଏକ ନବନିର୍ମିତ ଘର ଭିତରେ ରାତିରେ ବିପିନଙ୍କ ବାପା ଶୋଇଥିବା ବେଳେ ହାତୀ ଶୁଣ୍ଡ ରେ ତାକୁ ଟାଣି ଆଣିବାକୁ ଚେଷ୍ଠା କରିଥିଲା। କିନ୍ତୁ କବାଟ ମୁଁହ ଛୋଟ ଥିବା ରୁ ଶୁଣ୍ଡ ପଶି ପାରିନଥିଲା ମାତ୍ର ଘରର କାନ୍ଥ ଭାଙ୍ଗି ପଡ଼ିଥିଲା। ଏହା ଦେଖି ବିପିନଙ୍କ ବାପା ଘର ଭିତରୁ ପାଟି କରିଥିଲେ। ପାଟି ଶୁଣି ଅନ୍ୟ ଘରେ ଶୋଇଥିବା ବିପିନ ଦୌଡ଼ି ଆସୁଥିବା ବେଳେ ହାତୀ ତାକୁ ଧରି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ବିପିନଙ୍କୁ ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ମଧ୍ୟ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗରଗାଁ ରେ ଜଣେ ବୃଦ୍ଧଙ୍କୁ ହାତୀ କଚାଡି ମାରି ଦେଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ହାତୀ ଆକ୍ରମଣରେ ଦୁଇ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି।

Leave A Reply

Your email address will not be published.