ରାଉରକେଲା : ରାଉରକେଲା ଷ୍ଟେସନରେ ପହଁଚିଲା ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ।। ସଂସଦ , ମନ୍ତ୍ରୀ , ବିଧାୟକ ଷ୍ଟେସନରେ ଉପସ୍ଥିତ।
ରାଉରକେଲା : ୨୪/୯ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଆସି ରାଉରକେଲା ଷ୍ଟେସନରେ ପହଁଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନରେ ଭର୍ଚୁଆଲ ମାଧ୍ୟମରେ ଟ୍ରେନ କୁ ଉଦଘାଟନ କରିଥିଲେ । ଟ୍ରେନ୍ ଭୁବନେଶ୍ୱରରୁ ବାହାରି ସନ୍ଧ୍ୟା ୮ଟା ୩୦ ମିନିଟ ରେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲା। ଏହି ଉପଲକ୍ଷେ ଷ୍ଟେସନରେ ଏକ କାର୍ଯ୍ୟକ୍ରମର ଅୟୋଜନ କରା ଯାଇଥିଲା। ସୁନ୍ଦରଗଡ଼ ସଂସଦ ଜୁଏଲ ଓରାମ , ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଙ୍କ ସମେତ ବରିଷ୍ଠ ରେଳବାଇ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜି ରାତିରେ ଟ୍ରେନ ବିନା ଯାତ୍ରୀରେ ପୁରୀ ଫେରିଯିବ। ସେପ୍ଟେମ୍ବର ୨୭ ତାରିଖରୁ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ଚାଲିବା ନେଇ ସୂଚନା ମିଳିଛି ।