ସୁନ୍ଦରଗଡ : ୨୪ ଘଣ୍ଟାରେ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ।। ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଁଚିଲା।

0 394

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦ ରେ ପହଁଚିଛି। ୪୯ ଜଣଙ୍କ ରକ୍ତ ନମୁନା ଯାଞ୍ଚ ହୋଇଥିଲା। ସେଥି ମଧ୍ୟରୁ ୯ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲା ରେ ଯେଭଳି ଭାବରେ ପ୍ରତିଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ର କାରଣ ପାଲଟିଛି । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲା ର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । ଯେକୌଣସି ବେସରକାରୀ ଡାକ୍ତରଖାନା ରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆର ଜି ଏଚ କୁ ଆକ୍ରାନ୍ତ ଙ୍କୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀ ଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ତେଣୁ ଭୟ ନକରି ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେ ରୁ ଅଧିକ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ସିଡିଏମଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଗାଁ ଗାଁ ରେ ଡ଼ାକବାଜି ଯନ୍ତ୍ର ଦ୍ବାରା , ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗ ର ଳକ୍ଷଣ ଓ ନିରାକରଣ ସମ୍ପର୍କ ରେ ଲୋକଙ୍କୁ ସଚେତନ କରାଯାଉଛି।

Leave A Reply

Your email address will not be published.