ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ।। ଅନ୍ୟ ଜଣେ ମହିଳା ଗୁରୁତର ଆହତ।

0 393

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗରର୍ଗାଁ ରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣକ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଟାଙ୍ଗର ଗାଁର ଆଲାର କୁଲୁ ହାତୀକୁ ଦେଖି ଘରୁ ଦୌଡ଼ି ପଳାଇଲା ବେଳେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଅନ୍ୟ ଏକ ଘଟଣାରେ ସାଲମୀ ଗିଧି ନାମକ ଜଣେ ମହିଳା ଭୋର ସମୟରେ ଶୌଚ ପାଇଁ ବାହାରକୁ ବାହାରି ଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟେକ କଚାଡି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।
ଗତ କିଛି ଦିନ ହେଲା ଦୁଇଟି ଦନ୍ତା ସୁନ୍ଦରଗଡ ଫରେଷ୍ଟ ରେଞ୍ଜର ବିଭିନ୍ନ ଆଞ୍ଚଳରେ ବୁଲା ବୁଲି କରୁଥିବା ଦେଖିବାକୁ ମିଳିଛି। ସେହି ଦୁଇ ଦନ୍ତା ଟାଙ୍ଗରଗାଁ ଦେଇ ଝାଡ଼ଖଣ୍ଡ କୁ ଫେରୁଥିବା ବାଟରେ ଏହି ଘଟଣା ଘଟିଥିବା କୁହା ଯାଉଛି।

Leave A Reply

Your email address will not be published.