ସୁନ୍ଦରଗଡ଼ : ତଲସରା ଥାନା ତୁମୁଳିଆ ପଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି।। ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଡକାୟତ।

0 338

ସୁନ୍ଦରଗଡ଼ : ୨୪/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ତୁମୁଳିଆ ପଟ୍ରୋଲ ପମ୍ପରେ ରବିବାର ଦିନ ସଶସ୍ତ୍ର ଡକାୟତି ଘଟି ଯାଇଛି। ୫ ଜଣ ମୁଖା ପିନ୍ଧା ଡକାୟତ ଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ମାଲିକଙ୍କୁ ଭୁଜାଲି ରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ପ୍ରଥମେ ଡକାୟତ ମାନେ ପେଟ୍ରୋଲ ପମ୍ପ ର କର୍ମଚାରୀଙ୍କୁ ଭୁଜାଲି ଦେଖାଇ କ୍ୟାଶ ବ୍ୟାଗରୁ ଟଙ୍କା ଲୁଟି ନେଇଥିଲେ। ପରେ ପେଟ୍ରୋଲ ପମ୍ପ ଅଫିସରେ ପଶି ପମ୍ପ ର ମାଲିକ ଦେବ ପ୍ରସାଦ ନନ୍ଦ ଏବଂ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟି ଥିଲେ। ଦେବ ପ୍ରସାଦଙ୍କ ପେଟରେ ଭୁଜାଲି ମାଡ଼ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଉଭୟଙ୍କୁ ସବଡେଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ପୋଲିସ ବିଭିନ୍ନ ସ୍ଥାନରେ ବ୍ଲକେଡ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.