ମୟୁରଭଞ୍ଜ : କରଞ୍ଜିଆ ଉପଖଣ୍ଡ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।
କରଞ୍ଜିଆ : ୨୩/୯ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ରାରୁଆଁ ଥାନା ଅଧିନସ୍ଥ ସିଙ୍ଗିଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ। ଏକ ଅଜଣା ଟ୍ରକ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ଅପରାହ୍ନରେ ପୁରୁଣା ଦେଓଗାଁର ସୁରେଶ ମହାନ୍ତ ୪୯ ନମ୍ବର ଜାତୀୟ ରାଜପଥ ରେ କୌଣସି କାମରେ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଏହି ଟ୍ରକ ଧକ୍କା ଦେଇ ଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ସହ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହା ସହ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ସିଙ୍ଗିଡା କୋଲେଜ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟେ ଶହ ଶହ ଯାନବାହାନ ଅଟକି ଯାଇଥିଲା । ଘଟଣା ସ୍ଥଳରେ ସିଙ୍ଗିଡା ଫାଣ୍ଡି ଅଧିକାରୀ ପହଞ୍ଚି ଲୋକମାନକୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।