ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚାର ରକ୍ତଦାନ ଶିବିର।। ୭୫ ୟୁନିଟ୍ ରକ୍ତ ସଂଗ୍ରହ।
ରାଉରକେଲା : ୨୩/୯ (ସତ୍ୟାନ୍ୟୁଜ) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଉପଲକ୍ଷେ ସେବା ଦିବସ ରାଉରକେଲା ବିଜେପି ଭାରତୀୟ ଜନତା ଯୁବମୋର୍ଚ୍ଚା ପାନପୋଷ ସାଂଗଠନିକ ଜିଲ୍ଲା ସଭାପତି ଅଙ୍କୁଶ ବର୍ମା ଙ୍କ ନେତୃତ୍ଵରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ରାଉରକେଲା ସରକାରୀ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଜେପି ପ୍ରାକାନ୍ତ ବିଧାୟକ ପାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ , କେଦାର୍ ବାରିକ , ବିଜେପି ରାଜ୍ଯ ମୁଖପାତ୍ର ଧୀରେନ୍ ସେନାପତି,ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ବିଜେପି ମିଡ୍ ଟାଉନ୍ ମଣ୍ଡଳ ସଭାପତି ହର୍ବିନ୍ଦର ସିଂ, ମଣ୍ଡଳ ସଭାନେତ୍ରୀ ପ୍ରସାଦିନୀ ମଲ୍ଲିକ୍ ,ଜିଲ୍ଲା ମହିଳା ସଭାନେତ୍ରୀ ନୂତନ୍ ଦୀପ୍ ,ସଂଖ୍ୟାଲଘୁ ଜିଲ୍ଲା ସଭାପତି ଶେଖ୍ ମୁଜାହିଦ୍ ,ଓବିସି ମୋର୍ଚା ସଭାପତି ରୋ଼ଶନ୍ ସାହୁ,ବାସନ୍ତୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅମିୟ ଦାସ , ଯୁବମୋର୍ଚ୍ଚା ଉପସଭାପତି ସୋନୁ ସିଂ, ଯୁବମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜକ ତାପସ ପରିଡା , ଯୁବମୋର୍ଚ୍ଚା ସଂଯୋଜକ ଅଭିଷେକ୍ ସିଂ, ବବୁଲୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।