ରାଉରକେଲା : ଜିଲ୍ଲାରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍।। ୨୪ ଘଣ୍ଟାରେ ପୁଣି ୧୦ ଆକ୍ରାନ୍ତ ଚିହ୍ନଟ। ଅକ୍ରାନ୍ତଙ୍କ ସଂଖ୍ୟା ୨୨୧ ରେ ପହଞ୍ଚିଲା।
ରାଉରକେଲା : ୨୩/୯ (ସତ୍ୟାନ୍ୟୁଜ) ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ୍। ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ପୁଣି ୧୦ ଜଣ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୨୧ ପହଁଚିଛି । ଗତକାଲି ୫୧ ଟି ରକ୍ତ ନମୁନା ଯାଞ୍ଚ ହୋଇଥିଲା ସେଥି ମଧ୍ୟରୁ ୧୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲା ରେ ଯେଭଳି ଭାବରେ ପ୍ରତିଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ର କାରଣ ହୋଇଛି । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । ଯେକୌଣସି ବେସରକାରୀ ଡାକ୍ତରଖାନା ରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ସରକାରୀ ହସପିଟାଲକୁ ଆକ୍ରାନ୍ତ ଙ୍କୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି ।
ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀ ଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ତେଣୁ ଭୟ ନକରି ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେ ରୁ ଅଧିକ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସଚେତନ କରା ଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି। ।