ବିରମିତ୍ରପୁର : ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶାନ୍ତି କମିଟି ବୈଠକ।। ବୈଠକରେ ଯୋଗଦେଲେ ସୁନ୍ଦରଗଡ଼ ଏସ୍ ପି।। ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା ସମ୍ପନ୍ନ ପାଇଁ ନିବେଦନ।
ବିରମିତ୍ରପୁର : ୨୩/୯(ସତ୍ୟାନ୍ୟୁଜ) ଗଣେଶ ପ୍ରତିମା ବିସର୍ଜନ ଶୋଭାଯାତ୍ରା ପାଇଁ ବିରମିତ୍ରପୁରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ସହ ବିସର୍ଜନ ପର୍ବ ସମ୍ପନ୍ନ ଲାଗି ବିରମିତ୍ରପୁରରେ ଶନିବାର ଦିନ ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ପ୍ରଶାସନ ତରଫରୁ ସୁନ୍ଦରଗଡ଼ ଏସ୍ ପି ପ୍ରତ୍ୟୁଷ ଦିବାକର , ବିରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାସଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହା ଛଡା ସହରର ସମସ୍ତ ସମ୍ପ୍ରଦାୟର ମାନ୍ୟଗଣ୍ୟ ବକ୍ତି ମନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଧାର୍ମିକ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟଯେ ଶୁକ୍ରବାର ଦିନ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କାରଣରୁ ଉତ୍ତେଜନା ଦେଖାଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଶାନ୍ତିଭଙ୍ଗ ଅଭିଯୋଗରେ ପୋଲିସ ଉଭୟ ପକ୍ଷରୁ ୬ ଜଣଙ୍କୁ ଅଟକ ରଖି ସ୍ଥିତି ଉପରେ ନଜର ରଖିଛନ୍ତି। ଆଜି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଥିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସବୁ ସମ୍ପ୍ରଦାୟର ଲୋକ ମାନେ ନିବେଦନ କରିଛନ୍ତି।