ଉଦଳା : ଜୁଏଲେରୀ ଦୋକାନ ଉପରେ ଜି ଏସ୍ ଟି ବିଭାଗର ଚଢ଼ାଉ।। ଗହଣା ଷ୍ଟକ୍ ସହ କାଗଜପତ୍ର ଯାଞ୍ଚ।

0 330

ମୟୁରଭଞ୍ଜ : ୨୩/୯ (ସତ୍ୟାନ୍ୟୁଜ) ଟିକସ ଫାଙ୍କି ଅଭିଯୋଗରେ ଶୁକ୍ରବାର ଦିନ ଏକ ଗହଣା ଦୋକାନରେ ଚଢାଉ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ର ମହେନ୍ଦ୍ର ଗହଣା ଦୋକାନ ଉପରରେ ଏହି ଚଢ଼ାଉ ହୋଇଛି। ମଧ୍ୟାହ୍ନରେ
ଜି ଏସ୍ ଟି ଅଧିକାରୀ ମାନେ ଏହି ବ୍ୟବସାୟୀକ ପ୍ରତିଷ୍ଠାନରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ। ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ଦୋକାନ ଭିତରେ ଥିବା ସୁନା ଗହଣାର ଷ୍ଟକ୍ ଯାଞ୍ଚ କରିଥିଲେ। ତେବେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି ତାହାର ତଦନ୍ତ କରୁଛି ବିଭାଗ । ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଏହି ଚଢାଉରେ ସାମିଲ ରହିଛନ୍ତି। ଯାଞ୍ଚ ପରେ କେତେ ଟଙ୍କାର ଠକେଇ ହୋଇଛି ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଜି ଏସ୍ ଟି ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.