ମୟୂରଭଞ୍ଜ : ଖିଚିଂ ସ୍ଥିତ ମା କିଚକେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି।। ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି।
ମୟୁରଭଞ୍ଜ : ୨୨/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ। ଖିଚିଂ ଠାରେ ଅବସ୍ଥିତ କଳା ମୁଗୁନି ପଥରରେ ତିଆରି ଏହି ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି। ମାତ୍ର ଏହି ମନ୍ଦିରରେ ବାରମ୍ବାର ହେଉଥିବା ଚୋରି ଏବେ ଉଭୟ ପୋଲିସ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।
ଏହି ମନ୍ଦିର ରେ କିଛି ମାସ ପୂର୍ବରୁ ଦାନ ହୁଣ୍ଡି ରୁ ଦୁର୍ବୃତ୍ତ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ବେଳେ ପୁଣି ଗତ କାଲି ରାତିରେ ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଛି। ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏଠାରେ ରାତ୍ର ଜଗୁଆଳି , ସିସି ଟିଭି କ୍ୟାମେରା ଥିଲେ ମଧ୍ୟ କିଭଳି ଭାବରେ ବାରମ୍ବାର ଚୋରି ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ପକ୍ଷରୁ ରାତ୍ରି ପେଟ୍ରାଲିଙ୍ଗ କୁ କଡାକଡି କରିବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି |