ରାଉରକେଲା : ୨୨/୯ (ସତ୍ୟାନ୍ୟୁଜ) କାଂଶବାହାଲ ନିକଟରେ ଥିବା ମନ୍ଦିରା ଡ୍ୟାମର ଆଜି ୯ ଟି ଗେଟ ଖୋଲି ଦିଆ ଯାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ ର ଜଳସ୍ତର ଵୃଦ୍ଧି ପାଇବାରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ୯ଟି ଗେଟ୍ ର ୫ ଫୁଟ ଲେଖାଏଁ ଖୋଲା ଯାଇଛି। ମନ୍ଦିରା ଡ୍ୟାମ୍ ଗେଟ୍ ଖୋଲା ଯାଇଥିବାରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଇବାର ସମ୍ଭାବନା ରହିଛି। ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।