ରାଉରକେଲା : ୨୨/୯ (ସତ୍ୟାନ୍ୟୁଜ) ରାଉରକେଲା କଲେଜ ଇସ୍ପାତ ସହରର ଏକ ପୁରାତନ କଲେଜ। ୧୯୬୬ ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାଂଧ୍ଯ୍ଯ ମହାବିଦ୍ୟାଳୟ ଭାବେ ପରିଚିତ। କାରଣ ସାଧାରଣରେ ଆରଏସପି ଓ ବିଭିନ୍ନ ବେସରକାରୀ ସଂସ୍ଥା ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ଦିନବେଳେ ପାଠ ପଢିବା ପାଇଁ ସୁବିଧା ହେଉନଥିବା ବେଳେ ଏହି କଲେଜ ରେ ସଂଧ୍ୟା ସମୟରେ ନାମ ଲେଖାଇ ପାଠ ପଢିବା ର ସୁଯୋଗ ମିଳୁଥିଲା। ୨୦୧୪-୧୫ ଶିକ୍ଷା ବର୍ଷ ରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେକ୍ଟର ୭ ର ଏନ୍ ଏ ସି କଲେଜ କୁ ରାଉରକେଲା କଲେଜ ସହ ମିଶ୍ରଣ କରିଦିଆଗଲା। ତହା ପରଠାରୁ ସେକ୍ଟର -୪ କଲେଜ ରେ ଉଭୟ+୨ ଓ +୩ କଳା ଓ ବାଣିଜ୍ୟ ର ସ୍ନାତକୋତ୍ତର ଡିଗ୍ରୀ ଚାଲୁଥିବା ବେଳେ ସେକ୍ଟର -୭ ବିଲଡିଂ ରେ ବିଜ୍ଞାନ ପାଠପଢ଼ା ହୋଇଆସୁଛି। ଉଭୟ କଲେଜ ବିଲଡିଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିନରେ ଥିବା ବେଳେ କଲେଜ ର ନିଜସ୍ଵ ଜମି ନଥିବାରୁ ଗ୍ରାଣ୍ଟ ଇନ୍ ଏଡ ଓ ୟୁଜିସି ମାଧ୍ୟମରେ କଲେଜ ର ଉନ୍ନତି ପାଇଁ କୌଣସି ଫଣ୍ଡ ମିଳିପାରିନାହିଁ। କଲେଜ ସଂପ୍ରସାରଣ ରେ ଆରଏସପି କର୍ତ୍ତୃପକ୍ଷ ଅଯଥା ହସ୍ତକ୍ଷେପ ଉଭୟ କଲେଜ ଓ ଛାତ୍ରଛାତ୍ରୀ ଙ୍କୁ ପରିଣାମ ଭୋଗିବାକୁ ପଡୁଛି। ତେଣୁ ଏ ଦିଗରେ ତୁରନ୍ତ ଜମି ହସ୍ତାନ୍ତର ପକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଜି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ତାଙ୍କ ସମର୍ଥକ ଙ୍କ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଙ୍କ ଜରିଆରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ର ନକଲ 5T ସଚିବ, ସେଲ୍ ଅଧ୍ୟକ୍ଷ ନୂଆଦିଲ୍ଲୀ,ଆରଏସପି ଡିଆଇଜି ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ପଠାଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ଓ ଆରଏସପି ପ୍ରଶାସନ ପକ୍ଷରୁ ରାଉରକେଲା କଲେଜ ସମେତ ଅନ୍ଯାନ କଲେଜ ଓ ସ୍କୁଲ ର ଜମି ର ମାପଚୁପ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରି ସେଲ୍ ଅଧ୍ୟକ୍ଷ ଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପଠାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଜଣାଇଥିଲେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସୀମାଞ୍ଚଳ ଖଣ୍ଡୁଆଳ,ବିଶ୍ବ ରଞ୍ଜନ ରାଉତ,ଜିତେନ ମାଛଖଣ୍ଡ,ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।