ବଣାଇ : ଦନ୍ତା ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଫରେଷ୍ଟରଙ୍କୁ ଘେରିଲେ।। ହାତୀ ଘଉଡାଇବାରେ ବନବିଭାଗର ଉଦାସୀନତା ଅଭିଯୋଗ।
ବଣାଇ : ୨୧/୯ (ସତ୍ୟାନ୍ୟୁଜ) ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ମାନେ ଫରେଷ୍ଟରଙ୍କ ଉପରେ ନିଜ ରାଗ ସୁଝାଇଛନ୍ତୁ। ହାତୀ ରାତିରେ ଆସିଥିବା ଖବର ପାଇ ବଣାଇ ଫରେଷ୍ଟର ସେଠାକୁ ଯାଇଥିବା ବେଳେ ଲୋକ ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ରେ ଆଜକୁ ଦୀର୍ଘ ଦିନ ହେଲା ଦୁଇଟି ଦନ୍ତା ହାତୀ ଉପଦ୍ରଵ ଚଳାଇ ଆସୁଛନ୍ତି। ଏହି ଦୁଇଟି ଦନ୍ତା ବୁଧବାର ରାତିରେ ବାବୁ ନୂଆଗାଁ, ରାଉତ ରାଣୀ ରେ ତିନି ଚାରିଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଇଛନ୍ତି। ଘଟଣା ସ୍ଥଳକୁ ରେଞ୍ଜର ନଯିବା ନେଇ ଏବେ ଗାଁରେ ଅସନ୍ତୋଷ ଦେଖା ଦେଇଛି। ଆଜି ସକାଳେ ଘଟଣା ସ୍ଥଳକୁ ଫରେଷ୍ଟର ଯାଇ ଥିବା ବେଳେ ତାଙ୍କୁ ଅଟକାଇ ବା ସହ ଲୋକମାନେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ହାତୀ ଦୁଇଟି ବାରମ୍ବାର ଅନେକ ଘର ଚାଷ ଜମି ନଷ୍ଟ କରୁ ଥିବା ବେଳେ ବନ ବିଭାଗର ଉଦାସୀନତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରି ଦେଇଛି।