କରଞ୍ଜିଆ : ଜଙ୍ଗଲରୁ ଅଖାରେ ବନ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଅଟକ।
କରଞ୍ଜିଆ : ଜଙ୍ଗଲରୁ ଅଖାରେ ବନ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଅଟକ।
ବାରିପଦା : ୨୧/୯ (ସତ୍ୟାନ୍ୟୁଜ) ମୟରୁଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସମ୍ନା କୁ ଆସିଛି। ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିବା ପରେ ଏକ ବସ୍ତାରେ ବାନ୍ଧି ଜଙ୍ଗଲରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ପାଇବା ପରେ କରଞ୍ଜିଆ ପୋଲିସ କେନ୍ଦୁମାଣ୍ଡି ଗ୍ରାମର ଧୁଡିବାଡ଼ି ଜଙ୍ଗଲରୁ ଉକ୍ତ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ମୃତକ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ଶ୍ୱଶୁରଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ ବିଶିପୁର ଗାଁର ମଧୁସୂଦନ ମହାନ୍ତ ୯ ବର୍ଷ ପୂର୍ବରୁ କେରକେରା ଗାଁ ର ନିରୂପମା ମହାନ୍ତଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ଘରୋଇ କଳିକୁ କେନ୍ଦ୍ର କରି ନିରୂପମା ବାପଘରକୁ ଚାଲି ଆସିଥିଲେ। ଗତ ୧୬ତାରିଖ ଦିନ ନିରୂପମା ଘରକୁ ଫେରି ଶ୍ୱଶୁରଙ୍କୁ ତାଙ୍କ ରୁମ ଚାବି ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ନିରୂପମା ନିଖୋଜ ହୋଇ ଯାଇଥିଲେ। ପାଖ ପଡ଼ୋଶୀଙ୍କ ସନ୍ଦେହ ହେବାରୁ ଏ ବାବଦରେ ବାପଘର ଲୋକଙ୍କୁ ଖବର ଦେଇଥିଲେ। ନିରୂପମାଙ୍କ ଭାଇର ଏତେଲା କ୍ରମେ ପୋଲିସ ଏକ ନିଖୋଜ ମାମଲା ରଜ୍ଜୁ କରିଥିଲେ। ଏବେ ଜଙ୍ଗଲରୁ ନିରୂପମାଙ୍କ ମୃତ ଦେହ ଉଦ୍ଧାର ପରେ ପୋଲିସ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି। ନିରୂପମାଙ୍କ ସ୍ୱାମୀ ମଧୁସୂଦନ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣା ପଡ଼ିଛି। କରଞ୍ଜିଆ ପୋଲିସ ନିରୂପମାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି।