ରାଉରକେଲା : ରହସ୍ୟମୟ ହୋଇ ଉଠୁଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା।। ଡିପ୍ରେସନ୍ ରେ ଥିଲେ ସୁସ୍ମିତା।

0 3,673

ରାଉରକେଲା : ୨୧/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଅଫିସ ଆସି ୧୬ ତାରିଖରେ ଘରକୁ ଫେରି ନଥିଲେ। ୧୭ ସେପ୍ଟେମ୍ବର ଶନିବାର ଦିନ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଥାନାରେ ଭଉଣୀଙ୍କ ନିଖୋଜ ରିପୋର୍ଟ ଦେଲେ। ସେହି ଦିନ ପୋଲିସ ସୁସ୍ମିତାଙ୍କୁ ଏକ ହୋଟେଲରେ ଥିବା ଠାବ କଲେ। ମାତ୍ର ସୁସ୍ମିତା ତାଙ୍କ ଭାଇଙ୍କ ସହ ଘରକୁ ଯିବାକୁ ମନା କଲେ। ୧୯ ତାରିଖ ମଙ୍ଗଳବାର ଦିନ ଆସିଷ୍ଟାଣ୍ଟ କଲେକ୍ଟର ସୁଶ୍ମିତାଙ୍କ ମୃତ ଦେହ ଟ୍ରାଫିକ ଗେଟ ନିକଟ ସେନ୍ସରୀ ପାର୍କ ପୋଖରୀରୁ ଉଦ୍ଧାର କରାଗଲା। ପୋଷ୍ଟମର୍ଟମ ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ସୁସ୍ମିତା ଡିପ୍ରେସନ୍ ରେ ଥିବା ଏବଂ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ତାଙ୍କ ଭାଇ ସନ୍ଦୀପ।

ଆସିଷ୍ଟାଣ୍ଟ କଲେକ୍ଟର ସୁଶ୍ମିତାଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହୋଇ ପଡୁଛି। ସହରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରୁ ପୋଲିସ ତାଙ୍କୁ ଠାବ କଲା ପରେ ସେ ନିଜ ଘରକୁ ଯିବାକୁ ମନା କରି ଦେଇଥିଲେ। ଘର ଲୋକ ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ସେ ପୋଲିସ କୁ କହିଥିଲେ। ଏବେ ତାଙ୍କ ଭାଇ ସନ୍ଦୀପ ସୁଶ୍ମିତାଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ କରିବା ସମଗ୍ର ଘଟଣା କୁ ରହସ୍ୟମୟ କରିଦେଇଛି। ତେବେ ପୋଲିସ ଏହି ଘଟଣା କୁ ଗୁରୁତ୍ୱ ଦେଇ ତଦନ୍ତ ତ୍ୱରାନ୍ୱିତ କରିଛି।

ସୂଚନାଯୋଗ୍ୟଯେ ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲାର ସେନ୍ସରୀ ପାର୍କ ପୋଖରୀରୁ ଆସିସ୍ଟଣ୍ତ କଲେକ୍ଟର ସୁଶ୍ମିତା ମିଞ୍ଜ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୁଶ୍ମିତା ରାଉରକେଲା ଏଡିଏମ ଅଫିସରେ ଲ୍ୟାଣ୍ଡ ସେକ୍ସନରେ କାମ କରୁଥିଲେ। ସୁସ୍ମିତାଙ୍କ ଘର ରାଜଗାଙ୍ଗପୁରର ରମାଵାହାଲ ଠାରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Leave A Reply

Your email address will not be published.