ରାଉରକେଲା : ଓଡ଼ିଶାର ଦୂତୀୟ ବନ୍ଦେ ଭାରତ ଏକ୍ସପ୍ରେସ ୨୪ ତାରିଖରୁ ଚାଲିବ।। ପୁରୀ-ରାଉରକେଲା ମଧ୍ୟରେ ଚାଲିବ।

0 2,117

ରାଉରକେଲା : ୨୧/୯ (ସତ୍ୟାନ୍ୟୁଜ) ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ର ଟ୍ରାଏଲ ରାନ୍ ଗତକାଲି ସଫଳ ହେବା ପରେ ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଶନିବାର ଦିନ ଏହି ଟ୍ରେନ ବନ୍ଦ ରହିବ। ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା ବେଳେ ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

ସେହିପରି ଫେରିବା ମାର୍ଗରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହଣି କରିବ।

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହୋଇଥିଲା। ଟ୍ରେନଟି ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୩୦ରେ ରାଉରକେଲାରେ ପହଞ୍ଚିଥିଲା। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିଥିଲା।

Leave A Reply

Your email address will not be published.