ରାଉରକେଲା : ସେନ୍ସରୀ ପାର୍କ ପୋଖରୀରୁ ମିଳିଥିବା ମହିଳାଙ୍କ ଶବ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବୋଲି ଚିହ୍ନଟ। ପୋଲିସ ତଦନ୍ତ ଜାରି।
ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ରାଉରକେଲା ଆରଏସପି ପ୍ରଶାସନିକ ଭବନ ନିକଟରେ ଥିବା ସେନ୍ସରି ପାର୍କ ପୋଖରୀରୁ ଗତକାଲି ମିଳିଥିବା ମହିଳାଙ୍କ ଶବ ଚିହ୍ନଟ ହୋଇଛି। ମହିଳା ଜଣକ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ନାମ ସୁସ୍ମିତା ମିଞ୍ଜ ବୋଲି ଜଣା ପଡ଼ିଛି। ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ ଏବଂ ସେ ବିବାହିତା। ପ୍ରତି ଦିନ ସେ ତାଙ୍କ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ମହିଳା ଜଣକ ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ମଙ୍ଗଳବାର ସକାଳୁ ସେ ହୋଟେଲରୁ ବାହାରି ଆସିଥିଲେ। ପରେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରଯାଇଥିଲା। ଆଜି ପୋଷ୍ଟମର୍ଟମ ପରେ ତାଙ୍କ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ କେଉଁ କାରଣରୁ ସେ ପାଣିରେ ବୁଡି ମୃତ୍ୟୁ ବରଣ କଲେ ପୋଲିସ ତାର ତଦନ୍ତ କରୁଛି।