ରାଉରକେଲା : କୁଆରମୁଣ୍ଡା ବ୍ଳକରେ ସଫଳତାର ସହ କରାଯାଉଛି ଡ୍ରାଗନ ଫ୍ରୁଟ୍ ଚାଷ।। ରାଉରକେଲା ବଜ଼ାରରେ ରହିଛି ଭଲ ଚାହିଦା।

0 738

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକରେ ଡ୍ରାଗନ ଫ୍ରୁଟ୍ ଚାଷ ସଫଳତାର ସହ ଚାଲିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଡ୍ରାଗନ ଫ୍ରୁଟ୍ ଚାଷ ଚାଲିଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି। କୁଆରମୁଣ୍ଡା ବ୍ଲକର କୁମଝରିଆ ପଞ୍ଚାୟତ
ରାଇଚାପଲା ଢ଼ିପାରେ ରାଉରକେଲାର ଜଣେ ଚାଷୀ ଆରମ୍ଭ କରିଛନ୍ତି ଏହି ଫଳ ଚାଷ। ପ୍ରଥମେ ଗୋଟିଏ ଏକର ଜମିରେ ଚାଷ କରା ଯାଉଛି ଫ୍ରୁଟ୍ ଡ୍ରାଗନ ଚାଷ। ଏହି ଫଳ ମେ ମାସରୁ ଅକ୍ଟୋବର ମାସ ମଧ୍ୟରେ ହୋଇଥାଏ। ଏହି ଫଳର ଔଷଧୀୟ ଗୁଣ ସହ ଭଲ ସ୍ଵାଦ ଥିବାରୁ ରାଉରକେଲା ବଜ଼ାରରେ କେଜି ପ୍ରତି ୨୦୦ ରୁ ୨୫୦ ଟଙ୍କା ରେଟ୍ ରେ ବିକ୍ରୀ ହୋଇଯାଉଛି। ଡ୍ରାଗନ ଫ୍ରୁଟ୍ ଚାଷ ପୂର୍ବରୁ କର୍ଣ୍ଣାଟକ ରାଜ୍ୟରେ ବହୁଳ ଭାବେ ହେଉଥିଲା। ଏବେ ଓଡ଼ିଶାର କୋରାପୁଟ ,କନ୍ଧମାଳ , ଗଜପତି , ବରଗଡ଼ ଆଦି ଜିଲ୍ଲାରେ ହେଉଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି।

Leave A Reply

Your email address will not be published.