ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ର ଆଜି ଟ୍ରାଏଲ ରନ୍ ସଫଳତାର ସହ ସମ୍ପନ ହୋଇଛି। ପୁରୀ ରୁ ଏହି ସେମି ହାଇ ସ୍ପୀଡ୍ ଟ୍ରେନ ସକାଳ ୫ଟା ରୁ ବାହାରି ରାଉରକେଲା ରେ ଦିନ ୧୨ତା ୪୫ ମିନିଟ ରେ ପହଞ୍ଚି ଥିଲା। ପରେ ଟ୍ରେନ୍ ରାଉରକେଲାରୁ ପୁରୀ ଅଭିମୁଖେ ଦିନ ୨ଟା ୧୦ ମିନିଟରେ ବାହାରିଛି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ଚାଲିବା ନେଇ ଆଶା ପ୍ରକାଶ ପାଇଛି। ଏହି ଟ୍ରେନ୍ ର ରହଣି ଖୋର୍ଦ୍ଧା ରୋଡ଼ , ଭୁବନେଶ୍ୱର , କଟକ , ଢେଙ୍କାନାଳ , ଅନୁଗୁଳ , ସମ୍ବଲପୁର , ଝାରସୁଗୁଡା ସହ ଶେଷରେ ରାଉରକେଲାରେ ରହିଛି ।