ସୁନ୍ଦରଗଡ : ସ୍କ୍ରବ୍ ଟାଇଫସ୍ ରେ ଅକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା।। ପଞ୍ଚାୟତ ସ୍ତରରୁ ସଚେତନ ଉପରେ ଗୁରୁତ୍ୱ।

0 421

ସୁନ୍ଦରଗଡ଼: ୨୦/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ସ୍କବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ୨୦୦ ରେ ପହଞ୍ଚିଛି। ଗତକାଲି ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି। ଏ ବାବଦରେ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଆକ୍ରାନ୍ତଙ୍କ ପାଇଁ ଡାକ୍ତରୀ ଦଳ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ଔଷଧ ମହଜୁଦ ରହିଛି । ଏହାସହ ସଠିକ ଭାବେ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି। ଲୋକମାନଙ୍କୁ ଜ୍ୱର , ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ମାନ ଦେଖାଯାଉଛି । ଲୋକଙ୍କୁ ସଚେତନ କରିବା ଲାଗି ଆଶା କର୍ମୀ ଓ ଏ ଏନ୍ ଏମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁନ୍ଦରଗଡ଼ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୁଚନା ଦେଇଛନ୍ତି।
ସ୍କ୍ରବ୍ ଟାଇଫସ୍ ର ମୁକାବିଲା ଲାଗି ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଘନଘନ ବୈଠକ ବସୁଛି। ପଞ୍ଚାୟତ ସ୍ତରରୁ ଜନସାଧାରଣଙ୍କୁ କିଭଳି ଭାବରେ ଆହୁରି ସଚେତନ କରାଯାଇପାରିବ ତା’ ଉପରେ ବୈଠକରେ ଗୁରୁତ୍ଵ ଦିଆ ଯାଉଛି।
କେବଳ ସୁନ୍ଦରଗଡ ନୁହେଁ , ବରଗଡ଼, ବଲାଙ୍ଗିର ଅଞ୍ଚଳରେ ମଧ୍ୟ ଏବି ରୋଗ ଭୟ ସୃଷ୍ଟି କରିଛି। ଏବେ ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.