ରାଉରକେଲା : ୧୯/୯ ( ସତ୍ୟାନ୍ୟୁଜ )
ରାଉରକେଲା ଇସ୍ପାତ କାରଖାନା ପ୍ରଶାସନିକ ଭବନ ନିକଟରେ ଥିବା ସେନ୍ସୋରୀ ପାର୍କ ପୋଖରୀରୁ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ଉକ୍ତ ମହିଳାଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବା ଅନୁମାନ କରାଯାଇଛି। ଉକ୍ତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ସୂଚନା ମିଳିବା ପରେ ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ କରିଥିଲେ। ପୋଖରୀ କୂଳରେ ଗୋଟିଏ ହଳ ଚପଲ ଏବଂ ଏକ ବ୍ୟାଗ ପଡିଥିଲା। ଡିଏସ୍ପି ଅନିଲ ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଳାଶୟରେ ଭାସୁଥିବା ଶବକୁ ବାହାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲ ଶବଗୃହରେ ରଖାଯାଇଛି। ପାର୍କ ମଧ୍ୟରେ ଥିବା ଜଳାଶୟ ଓ ପାର୍କ ପରିସର ସୁରକ୍ଷା କର୍ମୀଙ୍କ ନିରୀକ୍ଷଣରେ ରହିଛି। ଏହି ପାର୍କ ମଧ୍ୟକୁ ପ୍ରବେଶ ପାଇଁ ଶୁକ୍ଳ ମଧ୍ୟ ଲାଗିଥାଏ। ଏଭଳି ସ୍ଥିତିରେ ମହିଳାଙ୍କ ଶବ ପୋଖରୀରୁ ମିଳିବା ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି।