ସୁନ୍ଦରଗଡ : ସୁନ୍ଦରଗଡ଼ ଉପକଣ୍ଠରେ ଦୁଇଟି ଦନ୍ତା ହାତୀ।। ଲୋକେ ଆତଙ୍କିତ।। ବିଜୁ ଏକ୍ସପ୍ରେସ ୱେ ରେ ଗାଡି ଚଳାଚଳ ବାଧାପ୍ରାପ୍ତ।

0 316

ସୁନ୍ଦରଗଡ : ୧୯/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସହର ଉପକଣ୍ଠର ସେପତି ବାହାଲ ଅଞ୍ଚଳ କୁ ଦୁଇଟି ଦନ୍ତା ହାତୀ ପଶି ଆସି ଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି। ଗତକାଲି ଅପରାହ୍ନ ରେ ଦୁଇଟି ଦନ୍ତା ଆସି ନିକଟସ୍ଥ ଜଙ୍ଗଲ ରେ ରହିଥିଲେ । ଲୋକେ ଜାଣିଲା ପରେ ଦନ୍ତା ଦୁଇଟିକୁ ଘଉଡାଇ ଥିଲେ। ପରେ ହାତୀ ଦୁଇଟି ସୁନ୍ଦରଗଡ଼ ବସଷ୍ଟାଣ୍ଡ ନିକଟ ଲିହୁରାଢିପା ଅଞ୍ଚଳକୁ ଚାଲି ଯାଇଥିଲେ। ଦନ୍ତା ହାତୀ ଦୁଇଟି ଉକ୍ତ ଅଞ୍ଚଳରେ ରେ ବହୁ ଧାନ ଫସଲ ନଷ୍ଟ କରିବା ପରେ ଲୋକେ ଏମାନଙ୍କୁ ଭଜପୂର୍ ଆଡ଼କୁ ଘଉଡାଇ ଦେଇଥିଲେ। ସେଠାରେ ଲୋକମାନେ ରାତି ତମାମ ଉଜାଗର ରହି ହାତୀ ମାନଙ୍କୁ ନିଆଁ ହୁଳା ଓ ବାଣ ଫୁଟାଇ ବିଜୁ ଏକ୍ସପ୍ରେସ ୱେ ପାର କରାଇଥିଲେ । ହାତୀ ରାଜପଥ କଡରେ ଥିବାରୁ ଶହଶହ ଗାଡି ରାସ୍ତାରେ ଅଟକି ରହିଥିଲା । ଦୀର୍ଘ ସମୟର ଉଦ୍ୟମ ପରେ ଲୋକେ ଓ ବନବିଭାଗ ହାତୀ ମାନଙ୍କୁ ଘଉଡାଇବା ରେ ସଫଳ ହୋଇଥିଲେ।

Leave A Reply

Your email address will not be published.