ସୁନ୍ଦରଗଡ଼ : ବନ୍ଦ ଘରୁ ବିବାହିତା ମହିଳାଙ୍କ ମୃତ ଦେହ ଠାବ।। ହତ୍ୟା ସନ୍ଦେହ।

0 391

ସୁନ୍ଦରଗଡ଼ : ୧୯/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାର ଏକ ଘର ମଧ୍ୟରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ଘର ବାହାର ପଟୁ ତାଲା ପଡିଛି । ଦୁର୍ଗନ୍ଧ ହେବା ରୁ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀ ସ୍ତ୍ରୀ କୁ ହତ୍ୟା କରି ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ହେଲେ ପ୍ରମିଳା ସୋରେଙ୍ଗ। ତାଙ୍କ ସ୍ବାମୀଙ୍କ ନାମ ଆଲି ଖାନ। ପ୍ରମିଳା ଅଲ୍ଲିଙ୍କୁ ଦ୍ବିତୀୟ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ଶିଶୁ ପୁତ୍ର ଥିବା ଜଣା ପଡିଛି। ଗତ ତିନି ଦିନରୁ ଘରେ ତାଲା ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଜି ଘର ଭିତରୁ ଦୁର୍ଗନ୍ଧ ହେବାରୁ ଲୋକେ ସଂଦେହ କରି ପୋଲିସ କୁ ଖବର କରିଥିଲେ । ଝରକା ପଟୁ ଦେଖିବାରୁ ଜିନିଷ ପତ୍ର ଏପଟେ ସେପଟେ ବିଛେଇ ହୋଇ ପଡିଥିବା ତଥା ପ୍ରମିଳାଙ୍କ ମୃତ ଦେହ ଭୂଇଁରେ ପଡିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟ ଏବଂ ସାଇନଟିଫିକ ଟିମ୍ ଆସିଲା ପରେ କବାଟ ଖୋଲା ଯିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସଦର ଏସଡିପିଓ।

Leave A Reply

Your email address will not be published.