ରାଉରକେଲା : ୧୭/୯ ସତ୍ୟାନ୍ୟୁଜ) ଫୁଟବଲ ଖେଳ ବେଳେ ଅଘଟଣ। ବଜ୍ରପାତରେ ୩ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଏହି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଵିରୁଆଲ ଗ୍ରାମରେ। ସେଠାରେ ଏକ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ବଞ୍ଚିବାକୁ କିଛି ଲୋକ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ହଠାତ ବିଜୁଳି ସହ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୩ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକ ମାନେ ହେଲେ ବଣାଇ ଅଞ୍ଚଳର ସୁନିତ ଓରାମ , ଲାଠିକଟା ଅଞ୍ଚଳର ବିଶାଳ ବିଲୁଙ୍ଗ ଏବଂ ଶାନ୍ତି ପ୍ରସାଦ ଲାକ୍ରା। ଏହି ଘଟଣାରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।