ରାଉରକେଲା : ବ୍ରାହ୍ମଣୀ ବ୍ରିଜରୁ ଡେଇଁ ନିଖୋଜ ଥିବା ଯୁବକ ବିଜୟ ଗୁପ୍ତାଙ୍କ ମୃତ ଦେହ ଉଦ୍ଧାର।। ବଣାଇ ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର।

0 1,463

ରାଉରକେଲା : ୧୭/୯ (ସତ୍ୟାନ୍ୟୁଜ) ରାଉରକେଲା ପୁରୁଣା ବ୍ରାହ୍ମଣୀ ବ୍ରିଜରୁ ଶୁକ୍ରବାର ସନ୍ଧ୍ୟାରେ ନଦୀକୁ ଡେଇଁ ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର କରା ଯାଇଛି। ବଣାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ରବିବାର ମଧ୍ୟାହ୍ନରେ ନିଖୋଜ ଯୁବକ ବିଜୟ ଗୁପ୍ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟଯେ ଶୁକ୍ରବାର ସନ୍ଧ୍ୟାରେ ବିଜୟ ତାଙ୍କ ସ୍କୁଟିରେ ବ୍ରାହ୍ମଣୀ ବ୍ରିଜ ଉପରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ନଦୀକୁ ଡେଇଁ ପଡ଼ିଥିଲେ। ଫାୟାର ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ବିଜୟଙ୍କୁ ପାଇ ନଥିଲେ। ଆଜି ବଣାଇ ନିକଟ ବ୍ରାହ୍ମଣୀ ନଦୀରେ ଏକ ଶବ ଭାସୁଥିବା ଖବର ମିଳିଥିଲା। ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ଏହା ବିଜୟ ଗୁପ୍ତାଙ୍କ ବୋଲି ଜଣା ପଡ଼ିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.