ରାଉରକେଲା : ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ।। ହନୁମାନ ବାଟିକା ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଜୋରଦାର।

0 355

ରାଉରକେଲା : ୧୮/୯ (ସତ୍ୟାନ୍ୟୁଜ) ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ନୂଆଖାଇ ପର୍ବ ପାଳନ ଲାଗି ମାଆ ସମଲେଶ୍ୱରୀଙ୍କ ପୀଠରେ ଜୋରଦାର ପ୍ରସ୍ତୁତି ଚାଲିଛି । ନୂଆ ଧାନ ସହ ଫଲସା, କୁରେଇ ଓ ରେଙ୍ଗାଳ ପତ୍ର ବି କିଣୁଛନ୍ତି ଲୋକେ । ନୂଆ ପିନ୍ଧିବାକୁ କପଡ଼ା ଦୋକାନରେ ଭିଡ଼ ମଧ୍ୟ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ହନୁମାନ ବାଟିକା ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚାଲିଛି। ବୁଧବାର ଦିନ ସକାଳ ୧୦ ଟା ପରେ ମନ୍ଦିରରେ ପୂଜାର୍ଚ୍ଚନା , ହୋମ ଆଦି କରାଯିବା ସହ ପଞ୍ଚ ବାଦ୍ୟ , ସମ୍ବଲପୁରୀ ନୃତ୍ୟ ଆଦିର ଅୟୋଜନ କରାଯାଇଛି। ମନ୍ଦିର କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.