ରାଉରକେଲା : ବିଶ୍ୱକର୍ମା ପୂଜା ଏବଂ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପ୍ଲାଣ୍ଟସାଇଟ ଥାନାରେ ବୈଠକ।। ବଜ଼ାରରେ ନାହିଁ ନଥିବା ଭିଡ।

0 342

ରାଉରକେଲା : ୧୬/୯ (ସତ୍ୟାନ୍ୟୁଜ) ଆସନ୍ତାକାଲି ବିଶ୍ୱକର୍ମା ପୂଜା। ତା ଦିନକ ପରେ ଗଣେଶ ପୂଜା। ଏଥିଲାଗି ରାଉରକେଲା ସହର ଚଳଚଞ୍ଚଳ ହୋଇ ଉଠିଛି। ଉଭୟ ଗଣେଶ ପୂଜା ଏବଂ ବିଶ୍ୱକର୍ମା ପୂଜା ପାଇଁ ପେଣ୍ଡାଲ ନିର୍ମାଣ କାମ ପ୍ରାୟ ସରି ଆସିଲାଣି। ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ କିଣିବା ଲାଗି ଆଜି ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ନାହିଁ ନଥିବା ଭିଡ଼ ଲାଗି ରହିଛି। ପୂଜା ପାଳନ ଲାଗି ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସରିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ପ୍ଲାଣ୍ଟସାଇଟ ଥାନାରେ ଏକ ପ୍ରସ୍ତୁତି ବୈଠକ ଥାନା ଇନ୍ସପେକ୍ଟରଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହି ବୈଠକରେ ଇଣ୍ଟିଗ୍ରେସନ ଫୋରମ ରେ ସଦସ୍ୟ ଙ୍କ ସମେତ ବିଭିନ୍ନ ସଂଖ୍ୟା ଲଘୁ ସମ୍ପ୍ରଦାୟର ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଉଭୟ ଗଣେଶ ପୂଜା ଏବଂ ବିଶ୍ୱକର୍ମା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ସେ ବାବଦରେ ଆଲୋଚନା କରା ଯାଇଥିଲା।

Leave A Reply

Your email address will not be published.