ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ମୁଖ୍ୟ ମାର୍ଗରେ ଆଜି ଏକ ଟ୍ରାକ୍ଟର ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ବାପ , ଝିଅ ଗୁରୁତର ଆହତ ହୋଇଛନ୍ତି। ବାଇକ୍ କୁ ଧକ୍କା ଦେବା ପରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ନିକଟରେ ଥିବା ଏକ ଟାୟାର ଦୋକାନ ଭିତରେ ପଶି ଯାଇଥିଲା। ସୌଭାଗ୍ୟ ବଶତଃ ଟାୟାର ଦୋକାନରେ କାହାରି କୌଣସି କ୍ଷତି ହୋଇ ନଥିବା ବେଳେ ଦୋକାନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନ୍ୟ ପକ୍ଷରେ ଆହତ ବାପା ଧରମବୀର କିସ୍କୁ ଗୁରୁତର ହେବାରୁ ତାଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଝିଅ ଶୁଭସ୍ମିତା ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ଟ୍ରାକ୍ଟର ଜବତ କରି ତଦନ୍ତ ଜାରି ରଖିଛନ୍ତି ।