ରାଉରକେଲା : ଜିଲ୍ଲା ମାନବିଧିକାର ରକ୍ଷକ କର୍ମୀ ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ।। ରାସ୍ତା କଡରେ ପଡିଥିବା ଅଜଣା ବ୍ୟକ୍ତିଙ୍କୁ ଆରଜିଏଚ ରେ ଭର୍ତ୍ତି କଲେ।
ରାଉରକେଲା : ୧୬/୯ (ସତ୍ୟାନ୍ୟୁଜ) ଅନ୍ତର୍ଜାତୀୟ ମାନବିଧିକାର ରକ୍ଷକ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ରାଉରକେଲା ମାଲଗୋଦାମ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତି ୩ ଦିନ ହେଲା ପଡି ରହିଥିଲେ। ତାଙ୍କର ମୁଣ୍ଡରେ ଆଘାତ ଲାଗିବା ସହ ସେ ଦୁର୍ବଳ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଖାଦ୍ୟ ଏବଂ ପାଣି ଦେଉଥିଲେ। ଖବର ପାଇ ଜିଲ୍ଲା ମାନବିଧିକାର ଅଧ୍ୟକ୍ଷ ମହମ୍ମଦ ପରବେଜ୍ ଆମ୍ବୁଲାନ୍ସ ସହ ନିଜ ଟିମ୍ ଧରି ସେଠାରେ ପହଞ୍ଚିଥିଲେ। ସେଠାରେ ଶୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନେଇ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଇଥିଲେ। ସିଟି ସ୍କାନ ପରେ ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ବ୍ୟକ୍ତିଙ୍କ ପରିଚୟ ମିଳିଲେ ତାଙ୍କ ଘର ଲୋକଙ୍କୁ ଖବର ଦିଆଯିବ ବୋଲି ମହମ୍ମଦ ପରବେଜ୍ କହିଛନ୍ତି। ସୂଚନା ଯୋଗ୍ୟଯେ ଗତ ୯ ତାରିଖରେ ମଧ୍ୟ ମାନବିଧିକାର କର୍ମୀ ମାନେ ଜଣେ ରୋଗଗ୍ରସ୍ତ ଅଜଣା ବ୍ୟକ୍ତିଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଇଥିଲେ।