ମୟୁରଭଞ୍ଜ : ଅସୁସ୍ଥ ୧୮ ଦିନର ହାତୀ ଛୁଆକୁ ଛାଡି ଚାଲିଗଲେ ହାତୀପଲ୍ଲ।। ଏବେ ଚିକିତ୍ସା କରିବା ସହ ଯତ୍ନ ନେଉଛନ୍ତି ବନବିଭାଗ।

0 287

ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) ଅସୁସ୍ଥ ଛୁଆ ହାତୀକୁ ଛାଡି ଚାଲିଗଲେ ହାତୀ ଦଳ। ଏବେ ଏହି ଅସୁସ୍ଥ ୧୮ ଦିନର ହାତୀ ଛୁଆକୁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ। ସୂଚନା ଅନୁଯାୟୀ ଗତକାଲି ସକାଳୁ ଝାଡ଼ଖଣ୍ଡ ଜଙ୍ଗଲରୁ ଆସିଥିବା ହାତୀପଲ୍ଲ ଦେଓ ନଦୀ ଅତିକ୍ରମ କରି କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡଦେଉଳୀ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୫ ଟି ଦନ୍ତା , ୯ ଟା ମାଇ ହାତୀ ଏବଂ ୮ ଟି ଛୁଆ ହାତୀ ରହିଛନ୍ତି। ତେବେ ୧୮ ଦିନ ପୁର୍ବରୁ ଜନ୍ମ ହୋଇଥିବା ଗୋଟିଏ ହାତୀ ଛୁଆର ଦେହ ଅସୁସ୍ଥ ହେବାରୁ ହାତୀପଲ ତାକୁ ଭଅଁରା ହୁଡିସାହି ନିକଟରେ ବିଲରେ ଛାଡ଼ି ଦେଇ ନିକଟରେ ଥିବା ବଡଦେଉଳୀ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ। ସୂଚନା ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନିର୍ଦ୍ଦେଶ ମତେ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ ଏବଂ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ ବନ ସୁରକ୍ଷା ବାହିନୀ ସଦସ୍ୟ ସମରା ହୋ , ରୁଦ୍ର ପ୍ରସାଦ ଲୋହାର , କେଦାର ସୋଏ ଚନ୍ଦନ କୁମାର ମହାନ୍ତ , ସୁକୁମାର ନାଏକ, ନିଳକଣ୍ଠ ହେମ୍ବ୍ରମ ଶଙ୍କର ପାତ୍ର ଲକ୍ଷ୍ମଣ ଗିରି , ସୁଶାନ୍ତ ସୋଏ , ମିଥୁନ ନାଏକ , ବଳିଆ ପାଲିତା , ଗୁରୁଚରଣ ବଦ୍ରାଙ୍କ ସହ ପ୍ରାୟ ସାଢେ଼ ସାତଟା ସମୟରେ ଘଟଣାସ୍ଥଳରେ ପହଂଚି ହାତୀଛୁଆକୁ ଉଦ୍ଧାର କରି କରଞ୍ଜିଆ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରୁଛନ୍ତି ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ତେବେ ଅତ୍ୟଧିକ ଥଣ୍ଡା ଓ ଜ୍ୱର ଯୋଗୁଁ ହାତୀଛୁଆର ଦେହର ତାପମାତ୍ରା କମ୍ ରହିଥିବାରୁ ଅବସ୍ଥା ଉଦବେଗଜନକ ରହିଛି। କରଞ୍ଜିଆ ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରଦୀପ କୁମାର ସାହୁ ଓ ଡ଼ଃ ଆଶିଷ ହାତୀଛୁଆର ଚିକିତ୍ସା କରୁଥିବା ବେଳେ ପଶୁ ନିରୀକ୍ଷକ ପୁଷ୍ପାଞ୍ଜଳି ମହାନ୍ତ ଓ ତାପସ ମଲ୍ଲିକ ସେମାନଙ୍କୁ ସହଯୋଗ କରୁଛନ୍ତି।

Leave A Reply

Your email address will not be published.