ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ କାୟା ମେଲାଉଛି ସ୍କ୍ରିବ୍ ଟାଇଫସ୍।। ୨୪ ଘଣ୍ଟାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ।।

0 725

ସୁନ୍ଦରଗଡ଼: ୨୬/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ କାୟା ମେଲାଉଛି ସ୍କ୍ରବ୍ ଟାଇଫସ। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ସ୍କବ ଟାଇଫସ ରୋଗୀଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ପାଇଁ ଡାକ୍ତରୀ ଦଳ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ଔଷଧ ମହଜୁଦ ରହିଛି । ଏହାସହ ସଠିକ ଭାବେ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି। ଲୋକମାନଙ୍କୁ ଜ୍ୱର , ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ମାନ ଦେଖାଯାଉଛି । ଲୋକଙ୍କୁ ସଚେତନ କରିବା ଲାଗି ଆଶା କର୍ମୀ ଓ ଏ ଏନ୍ ଏମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁନ୍ଦରଗଡ଼ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୁଚନା ଦେଇଛନ୍ତି।

Leave A Reply

Your email address will not be published.