ମୟୁରଭଞ୍ଜ : ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।। ଉତ୍ତମ ଅଧ୍ୟୟନ ସହ ସୁଷମ ଖାଦ୍ୟର ବ୍ୟବସ୍ଥା।

0 301

ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିଶୁ ମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ସହ ସେମାନଙ୍କୁ ଅଧ୍ୟୟନ ଯୋଗାଇ ଦେବାପାଇଁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର କୁ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଶୁକ୍ରବାର ଦିନ ଉଦଘାଟନ କରିଛନ୍ତି। ଏହି ଅବସର ରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ବରିଷ୍ଠ ପରିଚାଳକ ରାଜ କୋମଲ ଶର୍ମା, ଠାକୁରମୁଣ୍ଡା ସିଡିପିଓ ପ୍ରେମାଲତା ସେଠୀ, ସୁପରଭାଇଜର ଗିତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟିତ ହୋଇଥିବା ଏହି ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କ ବସିବା ବ୍ୟବସ୍ଥା, ଅଧ୍ୟୟନ ସରଞ୍ଜାମ , ଶିଖିବା ପାଇଁ ଟିଭି , ପୁସ୍ତକ ,ନିମ୍ନ ଉଚ୍ଚତା ରେ ହାତ ଧୋଇବା ବେସିନ,ବିଜୁଳି ପାଇଁ ସୋଲାର ବ୍ୟବସ୍ଥା ଉପଲବ୍ଧ ହୋଇଛି। କେନ୍ଦ୍ରର ଶିଶୁ ମାନଙ୍କ ପାଇଁ ଗରମ ରନ୍ଧା ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ପିଲା ମାନଙ୍କ ଜୀବନ ଶୈଳୀ ରେ ସାକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଅମେରିକାନ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ପରିଚାଳ ଶ୍ରୀ ଶର୍ମା କହିଛନ୍ତି। ଅମେରିକାନ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ଓ ମହିଳା ଶିଶୁ ବିକାଶ ବିଭାଗ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Leave A Reply

Your email address will not be published.