ବଣାଇ : ବଣାଇ ଉପାଖଣ୍ଡରେ ଦୁଇ ଦନ୍ତା ହାତୀଙ୍କ ଉପଦ୍ରଵ ଜାରି।। ଘର ଭାଙ୍ଗିଲେ , ଧାନ , ଚାଉଳ ଖାଇଗଲେ।।

0 334

ବଣାଇ : ୧୫/୯ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରଵ ଥମିବାର ନାଁ ନେଉନାହିଁ। ଦୁଇଟି ଗୋଠ ଛଡା ଦନ୍ତା ହାତୀଙ୍କ ଉପଦ୍ରବରେ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ଉପରପଡା ଓ କେନ୍ଦ୍ରିକେଳା ଗ୍ରାମରେ ଦୁଇଟିଦନ୍ତା ହାତୀ ପଶି ଘର ଭାଙ୍ଗିବା ସହ ଧାନ , ଚାଉଳ ଖାଇ ଯାଇଛନ୍ତି।
ଦନ୍ତା ହାତୀ ଉପରପଡା ଗାଁରେ ପଶି ସେଠାରେ ଦୁଇଟି ଘର ଭାଙ୍ଗିଥିଲେ। ହାତୀଘର ଭାଙ୍ଗୁ ଥିବା ଦେଖି ଘରେ ଥିବା ଲୋକମାନେ ଝରକା ବାଟେ ଡେଇଁ ପଳାଇଥିଲେ। ସେହିପରି କେନ୍ଦ୍ରିକେଳା ଗ୍ରାମରେ ହାତୀ ଦୁଇଟି ଘର ଭାଙ୍ଗିଥିଲେ। ଫଳରେ ଘର ଭିତରେ ଶୋଇଥିବା ପରିବାର ସଦସ୍ୟଙ୍କ ଉପରେ ମାଟି କାନ୍ଥ ପଡି ଯାଇଥିଲା। ଗ୍ରାମବାସୀ ଆସି ପରିବାରର ସଦସ୍ୟଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.