ରାଉରକେଲା : ଗଣେଶ ପୂଜା ପାଳନ ଲାଗି ରାଉରକେଲାରେ ବ୍ୟାପକ ପ୍ରସ୍ତୁତି।। ଭବ୍ୟ ପେଣ୍ଡାଲ ସହ ମିନା ବଜ଼ାର ଲୋକଙ୍କୁ ଆକର୍ଷିତ କରିବ।

0 391

ରାଉରକେଲା : ୧୫/୯ (ସତ୍ୟାନ୍ୟୁଜ) ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ରୁ ଆରମ୍ଭ ହୋଇଯାଏ ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ବିଶ୍ୱକର୍ମା ପୂଜା ଏବଂ ତାପରେ ଦୁର୍ଗାପୂଜା। ଏଥିଲାଗି ରାଉରକେଲା ଇସ୍ପାତ ସହରରେ ପାର୍ବଣର ମାହୋଲ ଦେଖା ଗଲାଣି। ଆସନ୍ତା ୧୯ ତାରିଖରେ ଗଣେଶ ପୂଜା। ରାଉରକେଲାରେ ବିଭିନ୍ନ ଗଣେଶ ପୂଜା କମିଟି ପକ୍ଷରୁ ଆଡମ୍ବର ସହକାରେ ପୂଜା କରିବାକୁ ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ଗଜାନନଙ୍କ ପ୍ରତିମା ନିର୍ମାଣ କରିବାରେ କାରିଗର ମାନେ ଲାଗି ପଡିଛନ୍ତି। ସ୍ଥାନୀୟ କାରିଗର ବ୍ୟତୀତ ବାହାର ରାଜ୍ୟରୁ କାରିଗର ମାନେ ଆସି ମୂର୍ତ୍ତି ନିର୍ମାଣ କାମରେ ଲାଗି ପଡିଛନ୍ତି।

ସହରରେ ଛୋଟ ବଡ଼ ୧୦୦ ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ଗଣେଶ ପୂଜା ହେଉଥିବା ବେଳେ ୧୦ଟି ସ୍ଥାନରେ ଭବ୍ୟ ପେଣ୍ଡାଲ ନିର୍ମାଣ କରାଯାଉଛି। ଏହି ପେଣ୍ଡାଲରେ ପୂଜା ସପ୍ତାହ ବ୍ୟାପୀ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କୁ ଆକର୍ଷିତ କରିବା ଲାଗି ମିନା ବଜ଼ାର ବସୁଥିବା ବେଳେ ବିଭିନ୍ନ ପ୍ରକାର ଦୋଳି ମଧ୍ୟ ଲଗାଯାଉଛି। ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ପାଳନ ଲାଗି ଉଭୟ ପ୍ରଶାସନ ଏବଂ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.