ସୁନ୍ଦରଗଡ : ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗ ଆତଙ୍କ।। ୧୩୨ ଜଣ ରୋଗୀ ଚିହ୍ନଟ।। ଜଣଙ୍କ ମୃତ୍ୟୁ ଅଭିଯୋଗ।

0 504

ସୁନ୍ଦରଗଡ଼ ; ୧୪/୯ (ସତ୍ୟାନ୍ୟୁଜ) ଏବେ ସାରା ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗ ଆତଙ୍କ ସୃଷ୍ଟି କରିଛି। ସର୍ବସାଧାରଣ ପୋଖରୀ , ଜଙ୍ଗଲ , ବିଲ ଆଦି ସ୍ଥାନରେ ଥିବା ଏଜ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ। ଏହି ରୋଗରେ ଜ୍ୱର ହେବା ସହ ମାଂଶପେଶୀରେ ଦରଜ ହୋଇଥାଏ। ଠିକ୍ ସମୟରେ ଚିକିତ୍ସା ନକଲେ ରୋଗୀ ଜୀବନ ବିପଦ ପୂର୍ଣ୍ଣ ହୋଇଥାଏ। ସୁନ୍ଦରଗଡ ଜିଲ୍ଲାରେ ଜାନୁ୍ୟାରୀ ମାସରୁ ଏବେ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ୍ ପଜେଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ରୋଗୀ ସୁସ୍ଥ ରହିଥିବା ଜଣା ପଡିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଉକ୍ତ ରୋଗୀଙ୍କର ଅନ୍ୟାନ୍ୟ ସମସ୍ୟା ଥିଲା ବୋଲି ଭାରପ୍ରାପ୍ତ ସିଡିଏମଓ କାହ୍ନୁ ଚରଣ ନାୟକ କହିଛନ୍ତି। ସେହି ରୋଗୀ ଜଣକ ପାଖାପାଖି ୨୦ ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଓୌଷଧ ସହ ନମୁନା ପରିକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ରହିଥିବା ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ସିଡିଏମଓ ।

Leave A Reply

Your email address will not be published.