କରଞ୍ଜିଆ : ଦାବି ପୂରଣ ଲାଗି ଜେଲ୍ କର୍ମଚରୀଙ୍କ କଳା ବ୍ୟାଚ ପରିଧାନ।। ସରକାର ନଶୁଣିଲେ ୨୫ ସେପ୍ଟେମ୍ବରରୁ ଆମରଣ ଅନଶନ।

0 335

ମୟୁରଭଞ୍ଜ : ୧୪/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଜ୍ୟ ଜେଲ୍ କର୍ମଚାରୀ ମହାସଙ୍ଘର ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଜେଲ କର୍ମଚାରୀଙ୍କ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି। କଳା ବ୍ୟାଚ ପରିଧାନ କରି କର୍ମଚାରୀ ମାନେ ସରକାରଙ୍କ ନିକଟରେ ନିଜର ଦାବି ରଖିଛନ୍ତି।
୫ ଦଫା ଦାବିରେ ୧୩ ତାରିଖ ଠାରୁ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ସମସ୍ତ ଜେଲ୍ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରିବା ସହିତ ଶାନ୍ତି ଶୃଙ୍ଖଳା ସହ ନିଜର ଦାବି ସରକାରଙ୍କୁ ଜଣେଇବେ ବଲି ରାଜ୍ୟ ଜେଲ କର୍ମଚରୀ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଜେଲ୍ କର୍ମଚାରୀ ମାନଙ୍କର ଦାବୀ ପୂରଣ ନକଲେ ଆସନ୍ତା ୨୫ ତାରିଖରୁ ଦାବିପୂରଣ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ରେ ବସିବେ ବୋଲି କରଞ୍ଜିଆ ଜେଲ୍ କର୍ମଚାରୀ ସଙ୍ଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.