ରାଉରକେଲା : ୫ ଜଣ ଡକାୟତଙ୍କୁ ଗିରଫ କଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ।। ଗୁଳି ଫୁଟାଇ ଗର୍ଜନ ଗାଁରେ ଡକାୟତି କରିଥିଲେ।
ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ଗୁଳି ଫୁଟାଇ , ଭୁଜାଲି ରେ ଭୟଭୀତ କରାଇ ଡକାୟତି କରିବା ଅଭିଯୋଗରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତଙ୍କ ଠାରୁ ୪ଟି ମୋବାଇଲ ଫୋନ ସହ ଡକାୟତିରେ ବ୍ୟବହୃତ ବାଇକ ଏବଂ ଭୁଜାଲି ଜବତ କରିଛନ୍ତି। ଏହି ଡକାୟତ ମାନେ ୨୩ ଅଗଷ୍ଟ ରାତିରେ ଗର୍ଜନ ଗାଁର ମଙ୍ଗଳୁ କିଷାନଙ୍କ ଘରେ ଡକାୟତି କରିଥିଲେ। ପିସ୍ତଲରୁ ଗୁଳି ଫୁଟାଇ ଭୟଭୀତ କରିବା ପରେ ଘରୁ ନଗଦ ୬୭ ହଜାର ଟଙ୍କା ଲୁଟି ନେଇଥିଲେ। ମଙ୍ଗଳୁଙ୍କ ସ୍ତ୍ରୀ ଏ ବାବଦରେ ଥାନାରେ ଏତେଲା ଦେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲେ। ଆଜି ଏହି ଡକାୟତ ମାନଙ୍କୁ ପୋଲିସ ଗିରଫ କରିଛି। ଏହି ସମସ୍ତ ଡକାୟତ ରାଜଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।