ଟିଟିଲାଗଡ : ୧୧/୯ ( ସତ୍ୟାନ୍ୟୁଜ)
ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ପଞ୍ଚାୟତ ଅନ୍ତର୍ଗତ ଖାସମୁଡ଼ା ଗ୍ରାମ ଜଙ୍ଗଲରୁ ୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ରନ୍ଧା ମଦ ଜବତ କରାଯାଇଛି । ଏହି ଗ୍ରାମ ରେ ବେଆଇନ୍ ଭାବେ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ କରାଯାଉଥିବା ସୂଚନା ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଜବତ ମହୁଲ
ପୋଚ୍ କୁ ନଷ୍ଟ କରି ଦିଆ ଯାଇଛି। ଜଙ୍ଗଲରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରାଯାଇ ବିକ୍ରୀ ପାଇଁ ରଖା ଯାଇଥିଲା। ଖବର ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଥିଲା।