ରାଉରକେଲା : ମ୍ୟୁଜିକ ସର୍କଲ ଅନୁଷ୍ଠାନ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

1 394

ରାଉରକେଲା : ୧୦/ ୯ (ସତ୍ୟାନ୍ୟୁଜ) ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ମ୍ୟୁଜିକ ସର୍କଲର ସାଧାରଣ ସମ୍ପାଦିକା ଅଳକା ଚାନ୍ଦଙ୍କ ଆବାହକତ୍ବରେ ଏବଂ ବରିଷ୍ଠ ଶିକ୍ଷାବିତ୍ ଡଃ କିଶୋରୀ ଦାଶଙ୍କ ସଭାପତିତ୍ବରେ ଏହି ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍, ଲେଖକ, ସ୍ତମ୍ଭକାର, ପ୍ରଫେସର ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଗଙ୍ଗାଧରଙ୍କ ସୃଷ୍ଟିରେ ‘ଈଶ୍ୱର ଚେତନା ଓ ଭକ୍ତି’ ଶୀର୍ଷକରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେରଙ୍କ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି, ବିଶିଷ୍ଟ ସମାଜସେବୀ ଅଭୟ କୁମାର ଦାସ ଅନୁଷ୍ଠାନର ଦୀର୍ଘ ୪୭ ବର୍ଷର ଐତିହ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେଅତିଥି ମାନେ ଗଙ୍ଗାଧରଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିବାବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । କୁନି କୁନି କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

]

1 Comment
  1. I. Singh says

    Good …interesting and upto date news of Rourkela. Congratulations. May I send some news,information for general information of public …will you give space in this Satya news alert. Waiting for ur reply…. I.Singh

Leave A Reply

Your email address will not be published.