ରାଉରକେଲା : ‘କ୍ଲିନ ଏଣ୍ଡ ଗ୍ରୀନ’ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ।। ଇସ୍ପାତ ଫିଟନେସ ପାର୍କରେ କଲେ ସଫେଇ।

0 358

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ନିଜ ସହରକୁ ସ୍ୱଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ବ। କେବଳ ପୌରପାଳିକା କିମ୍ବା ମହାନଗର ନିଗମ ଉପରେ ନିର୍ଭର ନରହି ବ୍ୟକ୍ତିଗତ ସ୍ତରରେ ସଚେତନ ହେବା ଆବଶ୍ୟକ। ରାଉରକେଲାର ଅନ୍ୟତମ ସାମାଜିକ ସଂଗଠନ ‘କ୍ଲିନ ଏଣ୍ଡ ଗ୍ରୀନ’ ପକ୍ଷରୁ ନିୟମିତ ଭାବେ ସହରର ବିଭିନ୍ନ ସ୍ଥାନରେ ସଫାଇ ଅଭିଯାନ ଜାରି ରହିଛି। ରବିବାର ଦିନ ଇସ୍ପାତ ଫିଟନେସ୍ ପାର୍କ ଏବଂ ଆଖପାଖ ଅଞ୍ଚଳରେ ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା। ଏହି ସଫେଇ ଅଭିଯାନରେ ସଙ୍ଗଠନର ସଦସ୍ୟଙ୍କ ବ୍ୟତୀତ ସ୍ଥାନୀୟ ଲୋକମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.