ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ଦଳ ମଧ୍ୟ ନିର୍ବାଚନ ଲାଗି ସଙ୍ଗଠନକୁ ମଜବୁତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ରବିବାର ଦିନ ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ କରାଯାଇଥିଲା। କଂଗ୍ରେସ ଦଳର ନେତୃତ୍ବ ବିକାଶ ମିଶନର ଓଡିଶା ଇନଚାର୍ଜ ମାନସ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଥିବା କଂଗ୍ରେସ କର୍ମୀ ମାନଙ୍କ ନେତୃତ୍ୱ ବିକାଶ କିପରି ହୋଇ ପାରିବ ସେଥିଲାଗି ଉଦ୍ୟମ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଏହି ବୈଠକରେ ସୁନ୍ଦରଗଡ଼ କଂଗ୍ରେସ ଅଧ୍ୟକ୍ଷ ଜନାର୍ଦ୍ଦନ ଦେହୁରୀ , ରାଉରକେଲା କଂଗ୍ରେସ ଅଧ୍ୟକ୍ଷ ଦେବବ୍ରତ ବିହାରୀ , ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତିଙ୍କ ସମେତ ବହୁ ଦଳୀୟ ନେତା , କର୍ମୀ ଯୋଗ ଦେଇଥିଲେ।