ରାଉରକେଲା : ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ୨୦ ନମ୍ବର ସେକ୍ଟର ମିଶ୍ର ଖଟାଲ ବସ୍ତି ପରିଦର୍ଶନ।

0 392

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତି କୁ ଯିବା’ ଅଭିଯାନ ଜାରି ରହିଛି। ରବିବାର ଦିନ ପ୍ରଶାନ୍ତ ୨୦ ନମ୍ବର ସେକ୍ଟର ମିଶ୍ର ଖଟାଲ ନଦୀ ପାଖ ବସ୍ତି ପରିଦର୍ଶନ କରିଥିଲେ। ବସ୍ତି ଅଞ୍ଚଳରେ ବସବାସ କରୁଥିବା ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ସରକାରୀ ଯୋଜନାର ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ସୂଚୀ ପ୍ରସ୍ତୁତ କରାଯାଇଥିଲା। ଏହି ଅଞ୍ଚଳରେ ରାସ୍ତା ଘାଟ , ଡ୍ରେନ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସରକାରୀ ସ୍ତରରେ ସମାଧାନ କରିବା ନେଇ ଉଦ୍ୟମ କରାଯିବ ବୋଲି ପ୍ରଶାନ୍ତ ପ୍ରତିଶୃତି ଦେଇଥିଲେ।

ଆଜି ବସ୍ତି ଅଭିଯାନ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଚାରୁ ବଡାଇକ, ଶିବ କୁମାର ପାଲ, ମନୋଜ ବାରିକ, ଅଜୟ ତନ୍ତି, ମନଦୀପ ବଡାଇକ, ପ୍ରହ୍ଲାଦ ନାଗ,ସରୋଜ ନାୟକ, ସିମାଞ୍ଚଳ ଖଣ୍ଡୁଆଳ,ବିଶ୍ୱରଞ୍ଜନ ରାଉତ ପ୍ରମୂଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.