କରଞ୍ଜିଆ : ସଲରାପଦା ରିଲାକ୍ସ କ୍ଲବ ଅନୁକୂଲ୍ୟରେ ଅନୁଷ୍ଠିତ ୨୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ସୁର ରାଉତରାୟ।

0 339

କରଞ୍ଜିଆ : ୯/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) କରଞ୍ଜିଆ ବ୍ଲକ ବାଟପଳସା ପଞ୍ଚାୟତ ଏସପିଜି ରିଲାକ୍ସ କ୍ଲବ ସଲରାପଦା ଆନୁକୁଲ୍ୟରେ ସଲରାପଦା ପଡ଼ିଆ ଠାରେ ୨୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୫ ତାରିଖ ଗୁରୁଦିବସ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଆଜିର ଉଦଯାପନୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଭୁଵନ ବିହାରୀ ସାହୁ,ଜଵାମଣୀ ଟୁଡୁ,ମିରଗିନାଣ୍ଡି ପଞ୍ଚାୟତ ସମିତି ସଦସ୍ୟ ପର୍ଶୁରାମ ନାୟକ, କ୍ଲବ ସଭାପତି ଶ୍ୟାମ ଚରଣ ମୁଣ୍ଡାରୀ, ସମ୍ପାଦକ କୁନାରାମ ମହାନ୍ତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ଲୋହିତ ରଞ୍ଜନ ନାୟକ, କେଦାରସନ ନାୟକ ଓ ନବୀନ ମାଝୀ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କୁ କ୍ଲବର ସଦସ୍ୟ ଗଣ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଖେଳପଡିଆକୁ ଆଣିଥିଲେ। ଆଜି ଉଦଯାପନୀ ଦିବସରେ ମୋଟ ୫ ଟି ଖେଳ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଫାଇନାଲକୁ ଗାୟାତ୍ରୀ ଏଫସି, ସାହାରପଡା ଦଳ ଏବଂ ମାଥାଖରାପ ଦଳ ଉନ୍ନିତ ହୋଇଥିଲେ।ଫାଇନାଲ ଖେଳ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ଫୁଟବଲ ମାରି ଖେଳ ଶୁଭାରମ୍ଭ କରିଥିଲେ।ଫାଇନାଲ ଖେଳ ଅତ୍ୟନ୍ତ ରୋମାଞ୍ଚକର ଏବଂ ପ୍ରତିଦ୍ୱନ୍ଦିତା ପୁର୍ଣ୍ଣ ହୋଇଥିଲା। ସମ୍ପୁର୍ଣ୍ଣ ଖେଳ ୧-୧ ଗୋଲ ହୋଇ ଅମିମାଂସିତ ଥିଲା। ପରିଶେଷରେ ଟାଇବ୍ରେକର ଯୋଗେ ଗାୟାତ୍ରୀ ଏଫସି ଦଳ ୪-୩ ଗୋଲ ବ୍ୟବଧାନରେ ବିଜୟୀ ହୋଇ ଚମ୍ପିଆନ ହୋଇଥିବା ବେଳେ ମାଥାଖରାପ ଦଳ ରନର୍ସ ଅପ୍ ହୋଇ ମୁଖ୍ୟ ଅତିଥିଙ୍କ ନିକଟରୁ ଯଥାକ୍ରମେ ୧୭୪୯୯ ଏବଂ ୧୪୪୯୯ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ। ଚୈତନ୍ୟ ପୁର୍ତ୍ତି, ଗୁରୁଚରଣ ଟୁଡୁ,ଏହି ଅବସରରେ ବାଟପଳସା ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ରୀ ଦ୍ୱାରା ତିଆରି ଏକ ତୈଳଚିତ୍ର ଶ୍ରୀଯୁକ୍ତ ରାଉତରାୟ ଙ୍କୁ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ରାଉତରାୟଙ୍କ ନିକଟରୁ ଚମ୍ପିଆନ, ରନର୍ସ ଅପ୍, ଏବଂ ଉଭୟ ସେମିଫାଇନାଲ ପରାଜିତ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ସଂଚାଳନ କରିବାରେ କ୍ଲବର ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ର ତ୍ରିଭାଷୀ ଧାରାବିବରଣୀ ରଜତ କୁମାର ତିରିଆ ପ୍ରଦାନ କରି ଉପସ୍ଥିତ ଜନତା ଓ ମୁଖ୍ୟଅତିଥି ଙ୍କ ପ୍ରଶଂସା ର ପାତ୍ର ହୋଇଥିଲେ।

Leave A Reply

Your email address will not be published.