ରାଉରକେଲା : ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ।। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା।
ରାଉରକେଲା : ୯/୯ (ସତ୍ୟାନ୍ୟୁଜ) ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଶନିବାର ଦିନ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଶ୍ରୀ ମିଶ୍ର ରାଉରକେଲା ପହଞ୍ଚିବା ପରେ ତାଙ୍କୁ ରେଳବାଇର ବରିଷ୍ଠ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ରେଳବାଇ ଜି ଏମ୍ ଙ୍କ ସହ ଆର ପି ଏଫ୍ ଡିଆଇଜି ଆଶିଷ କୁମାର , ଚକ୍ରଧରପୁର ଡିଭିଜନର ଡି ଆର ଏମ୍ ଅରୁଣ ଜେ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିନିଅର
ଡି ସି ଏମ୍ ଗିରିରାଜ ସିଂ , ବରିଷ୍ଠ ଅଧିକାରୀ ବିନୀତ ଗୁପ୍ତା , ମନୀଷ ପାଠକ , ଦୀପକ କୁମାର ପ୍ରମୁଖ ଜି ଏମ୍ ଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।
ରେଳ ଷ୍ଟେସନର ୬ , ୭ , ୮ ନମ୍ବର ପ୍ଲାଟଫର୍ମ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମହାପ୍ରବନ୍ଧକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାଛଡା
ରେଳବାଇ ଫୁଟ୍ ବ୍ରିଜ କୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଜି ଏମ୍ ନିର୍ଦ୍ଦେଶ ଦେଇଥିଲେ।