ରାଇରଙ୍ଗପୁର : ସିଭିଲ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ।। ଆସିଥିବା ୧୦୪ ମାମଲାରୁ ୧୬ଟିର ତତ୍କାଳ ସମାଧାନ।
ରାଇରଙ୍ଗପୁର :୯/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ସିଭିଲ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଏଡିଜେ ଦୀପକ କୁମାର , ସିନିୟର ସିଭିଲ ଜଜ୍ ହିମାଂଶୁ ଶେଖର ବିଶ୍ବାଳ, ଏସଡିଜେଏମ ସିଦ୍ଧାର୍ଥ ଶଙ୍କର ସେନାପତି ଓ ଜେଏମଏଫସି ଅଭିଶେକ ଫୁଥାଲ ପ୍ରମୁଖ ଉପସ୍ଥିତ ଥିଲେ। ଲୋକ ଅଦାଲତ ରେ ଏଡିଜେ କୋର୍ଟ ର ଏମଏସିଟି ୧୧ଟି, ସିନିୟର ସିଭିଲ କୋର୍ଟରେ ମନି ରିକଭେରି କେଶ, ମାଟ୍ରିମନିଆଲ ଡିସପ୍ୟୁଟ, ସିଭିଲ କେଶ ସହିତ ସମୁଦାୟ ୫୫ଟି, ଏସଡିଜେଏମ କୋର୍ଟରେ କ୍ରିମିନାଲ କମ୍ପାଉଣ୍ଡବଲ , ଏନ ଆଇ ଏକ୍ଟ, ମାଟ୍ରିମନିଆଲ ଡିସପ୍ୟୁଟ ସହିତ ସମୁଦାୟ ୩୦ଟି ଓ ଜେଏମଏଫସି କୋର୍ଟରେ ଏନଆଇ ଏକ୍ଟ, କ୍ରିମିନାଲ କମ୍ପାଉଣ୍ଡବଲ , ମାଟ୍ରିମନିଆଲ ଡିସପ୍ୟୁଟ ସହିତ ସମୁଦାୟ ୮ଟି ସହ ସର୍ବମୋଟ ୧୦୪ଟି କେଶ ବିଚରାଧୀନ କରାଯାଇଥିବା ବେଳେ ସେଥିରୁ ୧୬ଟି କେଶର ଫେସଲା କରାଯାଇଥିଲା। ସେହିପରି ସେଟେଲମେଣ୍ଟ ରାଶି ୩୬ ଲକ୍ଷ ୪୦ ହଜାର ଆଦାୟ କରାଯାଇଥିଲା। ଏଥି ସହ ବ୍ୟାଙ୍କ ଅଫ ଇଣ୍ଡିଆ,ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ , ୟୁକୋ ବ୍ୟାଙ୍କ , ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଗୁଡିକରେ ଋଣ ପରିଶୋଧ କରିପାରିନଥିବା ବାକିଆ ଋଣର ତତ୍କାଳ ସମାଧାନ ଲାଗି ଲୋକ ଅଦାଲତ ବସିଥିଲା। ରାଇରଙ୍ଗପୁର ଉପଖଣ୍ଡ ତଥା ଆଖପାଖର ଲୋକେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ।