ରାଉରକେଲା : ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ବଜରଙ୍ଗ ଦଳର ବିରୋଧ।। ବିକ୍ଷୋଭ ପ୍ରଦର୍ଶନ ସହ ଉଦୟନିଧିଙ୍କ କୁଶ ପୁତ୍ତଳିକା ଦାହ।

0 367

ରାଉରକେଲା : ୯/୯ (ସତ୍ୟାନ୍ୟୁଜ)
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁତ୍ର ତଥା ତାମିଲନାଡ଼ୁ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ଉଦୟ ନିଧି ଷ୍ଟାଲିନ ସନାତନ ଧର୍ମ ବାବଦରେ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି। ଏହାକୁ ନେଇ ସାରା ଦେଶରେ ଆଲୋଚନା ଏବଂ ବିତର୍କ ଜାରି ରହିଛି । ରାଉରକେଲାରେ ବଜରଙ୍ଗ ଦଳ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଛି। ବଜରଙ୍ଗ ଦଳ କର୍ମୀ ମାନେ ଉଦିତନଗର ଆମ୍ବେଦକର ଛକ ଠାରେ ଶୁକ୍ରବାର ସନ୍ଧ୍ୟାରେ ବିରୋଧ ପ୍ରଦର୍ଶନ କରିଥିଲେ। ଉଦୟ ନିଧିଙ୍କ କୁଶ ପୁତ୍ତଳିକା ଦାହ ସହ ସନାତନ ଧର୍ମ ବିରୋଧୀ ମନୋଭାବ କୁ ବରଦାସ୍ତ କରାଯିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.