ବିରମିତ୍ରପୁର : ଆମକୋ-ସୀମକୋ ସହୀଦ ପୀଠରୁ ସଂଗ୍ରହ କରାଗଲା ମାଟି।। ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ।

0 351

ବିରମିତ୍ରପୁର : ୮/୯ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ ବିଜେପି ତରଫରୁ ‘ମୋ ମାଟି , ମୋ ଦେଶ’ କାର୍ଯ୍ୟକ୍ରମ ଚାଲିଛି l ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ ହେଉଛି ମାଟିକୁ ସମ୍ମାନ ଏବଂ ବୀରଙ୍କୁ ବନ୍ଦନା। ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ପଞ୍ଚାୟତସ୍ତରରେ ସଫଳ କରିବା ପାଇଁ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ବରେ ବିଭିନ୍ନ ଅଞ୍ଚଳରୁ ଅମୃତ କଳସ ଯାତ୍ରା ସହ ମାଟି ସଂଗ୍ରହ ଚାଲିଛି l ଆଜି ଜୁଏଲ ତାଙ୍କ ଦଳୀୟ ଲୋକଙ୍କ ସହ ବିରମିତ୍ରପୁରରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିରମିତ୍ରପୁର ସହ ଆମକୋ-ସୀମକୋ ସହୀଦ ପୀଠରୁ ମାଟି ସଂଗ୍ରହ କରାଯାଇଥିଲା। ନିଜେ ସଂସଦ ଜୁଏଲ ଓରାମ ବାଜା ବଜାଇ , ନୃତ୍ୟ ଗୀତରେ ସାମିଲ ହୋଇ ସହୀଦ ପୀଠରୁ ମାଟି ସଂଗ୍ରହ କରିଥିଲେ।

Leave A Reply

Your email address will not be published.