ରାଇରଙ୍ଗପୁର : କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ପୁନଃ ଏସ୍ ଟି ତାଲିକାଭୁକ୍ତ କରିବାକୁ ଦାବି।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 382

ରାଇରଙ୍ଗପୁର : ୬/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଳାରେ କୁଡୁମୀ ସଂପ୍ରଦାୟର ଲୋକମାନେ ନିଜର ହକ ଓ ଅଧିକାର ପାଇଁ ଦୀର୍ଘଦିନରୁ ସଂଗ୍ରାମ ଜାରି ରଖିଛନ୍ତି। କୁଡୁମୀ ଜାତିର ଲୋକେ
ଏସ୍ ଟି ତାଲିକାଭୁକ୍ତ ଥିଲେ। କିନ୍ତୁ କେନ୍ଦ୍ର ସରକାର ବିନା କାରଣରେ ୧୯୫୦ ସେପ୍ଟେମ୍ବର ୬ ତାରିଖ ରେ ସେମାନଙ୍କୁ ଏସ୍ ଟି ତାଲିକାରୁ ବାଦ କରିଦେଲେ | ଏହି ଦିନଟିକୁ କଳାଦିବସ ରୂପେ ପାଳନ କରା ଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି କଳା ଦିବସକୁ ପାଳନ ଅବସରରେ ସ୍ଥାନୀୟ କୁଡୁମୀ ଭବନ ଠାରୁ ଏକବିରାଟ ଶୋଭାଯାତ୍ରାରେ ବାହାରି ଥିଲା। କୁଡୁମୀ ସମ୍ପ୍ରଦାୟର ଲୋକ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। “ସରକାର ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ ବିନା କାରଣରେ ଆମକୁ
ଏସ୍ ଟି ତାଲିକାରୁ ବାଦ କଲେ। ତେଣୁ ଏହାକୁ କଳା ଦିବସ ରୂପେ ପାଳନ କରିବାକୁ ନିର୍ଣ୍ଣୟ ନିଆଯାଇଛି। କେନ୍ଦ୍ର ସରକାର ଆମ କଥାକୁ ବିଚାର କରି ଆମକୁ ପୁନର୍ବାର ଏସ୍ ଟି ତାଲିକାଭୁକ୍ତ କରନ୍ତୁ”। , ଏହି ଦାବି କରିଛନ୍ତି କୁଡୁମୀ ସମାଜ। ମୟୂରଭଞ୍ଜ ବ୍ୟତୀତ ଅନ୍ୟ ଜିଲ୍ଲାକୁ ମିଶାଇ କୁଡୁମୀ ଜାତିର ଲୋକ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେବ। ଏଣୁ ଏହାର ପୁଙ୍ଖାନୁପୁଙ୍ଖ ବିଚାର କରି ସର୍ଭେ ପରେ କୁଡୁମୀ ସଂପ୍ରଦାୟକୁ ଏସ୍ ଟି ତାଲିକାଭୁକ୍ତ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବା ନେଇ ଚେତାବନୀ ଦିଆଯାଇଛି। ଏପରିକି ସରକାର ଯଦି ଦାବି ଉପରେ ବିଚାର ନକରନ୍ତି ତେବେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଥିବା କୁହା ଯାଇଛି। ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଶେଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଦାବୀ ପତ୍ର ତହସିଲଦାରଙ୍କୁ ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କୁଡୁମୀ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ। ଉକ୍ତ ବିକ୍ଷୋଭ ଶୋଭାଯାତ୍ରାରେ ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ,ମହିଳା ରାଜ୍ୟ ସଭାପତି ସବିତା ମହାନ୍ତ, ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗାଚରଣ ମହାନ୍ତ,ନିର୍ମଳ କୁମାର ମହାନ୍ତ,ଭାଗବତ ମହାନ୍ତ,ଭବାନୀ ଶଙ୍କର ମହାନ୍ତ,ରାମେଶ୍ବର ମହାନ୍ତ,ବାବୁରାମ ମହାନ୍ତ,ଅଶୋକ ମହାନ୍ତ,ଗୀତାଞ୍ଜଳି ମହାନ୍ତ,କଳ୍ପନା ମହାନ୍ତ,ରମେଶ ମହାନ୍ତ,ରାଇରଙ୍ଗପୁର ବ୍ଲକ ସବିତା ମହାନ୍ତ,ରାଇରଙ୍ଗପୁର ମ୍ୟୁନିିସିପାଲିଟି ଗୀତାରାଣୀ ମହାନ୍ତ,ଉଦଳା ବ୍ଲକ ସଭାପତି ରୀମାରାଣୀ ମହାନ୍ତ,ତିରିଂ ବ୍ଲକ ସଭାପତି ପ୍ରତିଭା ମହାନ୍ତ,କ୍ରିଷ୍ଣା ମହାନ୍ତ, ବହଳଦା ବ୍ଲକ ସଭାପତି ପୂର୍ଣ୍ଣିମା ମହାନ୍ତ,କୁସୁମୀ ବ୍ଲକ ସଭାପତି ତରଣୀସେନ ମହାନ୍ତ,ରଜନୀ ମହାନ୍ତ, ବିଶୋଇ ବ୍ଲକ ସଭାପତି ଆରତୀ ମହାନ୍ତ,ବିଜାତଳା ବ୍ଲକ ସଭାପତି ନର୍ମଦା ମହାନ୍ତ, ଜାମଦା ବ୍ଲକ ସଭାପତି ରୀମାରାଣୀ ମହାନ୍ତ ତଥା କାର୍ଯ୍ୟକାରୀ ସଦସ୍ୟ ଲାଲମୋହନ ମହାନ୍ତ, ବିରେନ୍ଦ୍ରନାଥ ମହାନ୍ତ, ଜଗବନ୍ଦୁ ମହାନ୍ତ, ଖଗେଶ୍ବର ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.