ରାଉରକେଲା : ଆରପିଏଫ୍ ଥାନା ଅଧିକାରୀ ନିଲମ୍ବିତ।। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ ହୋଇଥିବା ସୂଚନା।

0 1,412

ରାଉରକେଲା : ୬/୯ (ସତ୍ୟାନ୍ୟୁଜ) ରାଉରକେଲାରେ ଅବସ୍ଥାପିତ ରେଳ ସୁରକ୍ଷା ବଳ ଥାନା ଅଧିକାରୀ ଶିବ ଲାହିରୀ ମିନାଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି। ରେଳବାଇ ଆଇଜି ସଞ୍ଜୟ କୁମାର ମିଶ୍ରଙ୍କ ଅଚାନକ ରାଉରକେଲା ରେଳ ଷ୍ଟେସନ ଗସ୍ତ ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିଲମ୍ବନ ପରେ ଆରପିଏଫ୍ ଅଧିକାରୀ ଶ୍ରୀ ମିନା ଙ୍କୁ ଚକ୍ରଧରପୁର ରେଳ ଡିଭିଜନର ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ରାଉରକେଲା ରେଳ ଷ୍ଟେସନ ଅଞ୍ଚଳରେ କେତେକ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା। ଅଭିଯୋଗ ପାଇବା ପରେ ରେଳ ଆଇଜି ଅଚାନକ ଗସ୍ତରେ ଆସିଥିବା ଜଣାପଡିଛି। ଆଇଜି ତାଙ୍କ ଗସ୍ତ ସମୟରେ ରେଳ ଷ୍ଟେସନରେ କେତେକ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଜାଣିବାକୁ ପାଇଥିଲେ। ବିନା ଆରପିଏଫ ଗୋଚରରେ ଏପରି କାର୍ଯ୍ୟକଳାପ ଚାଲି ପାରିବା ନେଇ ଆଇଜି ହୃଦୟଙ୍ଗମ କରିବା ପରେ ଆରପିଏଫ୍ ଅଧିକାରୀ ଶ୍ରୀ ମିନା ଙ୍କୁ ସସପେଣ୍ଡ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.